spot_img

ବିଧାନସଭାର ଶୀତ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଶୀତ କାଳିନୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ବିଧାନସଭା । ଭୁବନେଶ୍ବର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨୬ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଛନ୍ତି । ଏହାଛଡ଼ା ୨ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୧୦ ଜଣ ଆଇଆଇସି ଓ ୨୯ ଜଣ ଏସଆଇଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି ।

ଏଥି ସହିତ ବିଧାନସଭା ପରିସରରେ ସହ ଡଗ୍ ସ୍କ୍ବାଡ୍, ବମ୍ ସ୍କ୍ବାଡ୍ ନିୟୋଜିତ ହେବେ । ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ସମସ୍ତ ଗାଡିକୁ ଯାଞ୍ଚ କରାଯିବ । ସାଧା ପୋଷାକଧାରୀ ପୋଲିସ, ରୁଫ୍ ଟପ୍ ସିକ୍ୟୁରିଟି ଓ କ୍ୟୁଆର୍ ଟି ବ୍ୟବସ୍ଥା କରାଯାଇଛି । ଏହା ଛଡା ଗାନ୍ଧି ମାର୍ଗକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ଗାନ୍ଧିମାର୍ଗରୁ ବିଧାନସଭା ପର୍ଯ୍ୟନ୍ତ ୬ଟି ଅସ୍ଥାୟୀ ପୋଲିସ କ୍ୟାମ୍ପ୍ କରାଯାଇଛି । କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ସେପଟେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ବିଧାନସଭା ଅଧିବେଶନ ବେଳେ ରାଲି ଓ ଧାରଣା ପାଇଁ କଟକଣା ଲାଗିଛି। ଏଯାଏଁ କୌଣସି ସଂଗଠନ ପୋଲିସକୁ ଆବେଦନ କରିନାହାନ୍ତି । କେହି ଆବେଦନ କଲେ କୋଭିଡ୍ ନିୟମ ଅନୁସାରେ ଅନୁମତି ଦିଆଯିବ କି ନାହିଁ ବିଚାର କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular