spot_img

୩ଶହ ଗ୍ରାମ୍ ବ୍ରାଉନସୁଗାର ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଜଗତସିଂହପୁର ଅବକାରୀ ବିଭାଗର ଚଢ଼ାଉ । ୩ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।  ଗିରଫ ଚୋରା ବ୍ୟବସାୟୀ ତୋଟାପଡା ଗାଁର ପ୍ରଭାତ ରଂଜନ ମହାପାତ୍ର ।

ସେ ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ  ଆଜି ଅବକାରୀ ପୋଲିସ ତା ଘର ଉପରେ ଚଢ଼ାଉ କରିଥିଲା । ବ୍ରାଉନ ସୁଗାର ସହିତ ବାଇକ୍ ଓ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular