spot_img

ଆଜି ରାଜ୍ୟରେ ୭୫୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୭୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୪୩୬ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୨୧ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୨ହଜାର ୫୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୭୫ଜଣ, ବାଲେଶ୍ୱରରୁ ୩୪ ଜଣ, ବରଗଡ଼ରୁ ୧୨, ଭଦ୍ରକ ଜିଲ୍ଲାରୁ ୧୯,ବଲାଙ୍ଗୀର ୩୫, ବୌଦ୍ଧ ୧, କଟକ ଜିଲ୍ଲାରୁ ୬୪ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୯ଜଣ,ଗଜପତିରୁ ୧, ଗଞ୍ଜାମରୁ ୧୩ଜଣ, ଜଗତସିଂହପୁରରୁ ୪୨ଜଣ, ଯାଜପୁରରୁ ୨୭ଜଣ, ଝାରସୁଗୁଡ଼ାରୁ ୨୫ଜଣ, କଳାହାଣ୍ଡିରୁ ୩୭ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୨୯ଜଣ, କେନ୍ଦୁଝରରୁ ୨୬ଜଣ, ଖୋର୍ଦ୍ଧାରୁ ୭୦ଜଣ, କୋରାପୁଟରୁ ୮ଜଣ, ମାଲକାନଗିରିରୁ ୮ଜଣ, ମୟୁରଭଞ୍ଜରୁ ୪୩ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ୪୧ଜଣ, ପୁରୀରୁ ୯ଜଣ, ରାୟଗଡ଼ା ୪, ସମ୍ବଲପୁରରୁ ୩୫ଜଣ, ସୋନପୁରରୁ ୧ଜଣ, ସୁନ୍ଦରଗଡ଼ରୁ ୫୨ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ହଜାର ୮୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୨ହଜାର ୭୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୪ଲକ୍ଷ ୭୧ହଜାର ୧୮୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular