ପିପିଲି : ରାତି ପାହିଲେ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହୋଇଛି ୧୪୪ ଧାରା। କରୋନା ମହାମାରୀ ଏବଂ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟରାତ୍ରିରୁ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ମନ୍ଦିର ଚାରିପଟର ୨୦୦ ମିଟର୍ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ସେହିପରି ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ନଭେମ୍ବର ୨୫ ତାରିଖ (ବଡ଼ ଏକାଦଶୀ) ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି।
ଅଳାଁ ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। କିନ୍ତୁ କରୋନା ଯୋଗୁ ପ୍ରଶାସନ ଚଳିତ ବର୍ଷ ଏଭଳି କଟକଣା ଲାଗୁ କରିଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0