spot_img

କରୋନା କଟକଣା ପାଇଁ ଧବଳେଶ୍ଵରଙ୍କ ପୀଠରେ ଦର୍ଶନ ବନ୍ଦ

ଆଠଗଡ଼ : ଆଜି ପବିତ୍ର ଅଁଳା ନବମୀ।  କରୋନା କଟକଣା ପାଇଁ ଧବଳେଶ୍ଵରଙ୍କ ପୀଠରେ ବନ୍ଦ ରହିବ ଦର୍ଶନ। ମନ୍ଦିର ଚାରିପଟେ ଓ ମୁଖ୍ୟ ରାସ୍ତାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ରାସ୍ତାରେ କୌଣସି ଭକ୍ତି ଠିଆ ହୋଇପାରିବେନି । ଏନେଇ ସୂଚନା ଦେଲେ ଆଠଗଡ ଉପଜିଲ୍ଲାପାଳ।

ଆଜି ହେଉଛି କାର୍ତ୍ତିକ ମାସର ଚତୁର୍ଥ ସୋମବାର ତଥା ଶେଷ ସୋମବାର । ଏହି ଦିନ ଦେବ ଦେବ ମହାଦେବ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ପ୍ରଥା ରହିଛି । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ । ସେଠି କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ନିରାଶ ହେବାକୁ ପଡୁଛି। ରାତି ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସହିତ ବାବାଙ୍କର ରୀତି ନୀତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular