spot_img

କୁଇନଙ୍କୁ ମିଳିବ ବେଲ ନା ଜେଲ…

ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାର ଖୋଲୁଛି ଗୁମର । ଜଣଙ୍କ ପରେ ଜଣେ ଫସୁଛନ୍ତି ଏନସିବି ପଞ୍ଝାରେ । ଏବେ କମେଡି କୁଇନ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଛି ଏନସିବି । ଉଭୟଙ୍କୁ ଡ଼ିସେମ୍ବର ୪ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଦୁଇ ଜଣଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବ । ତେବେ କମେଡି ଦମ୍ପତ୍ତିଙ୍କୁ ମିଳିବ ବେଲ ନା ଜେଲ ଏନେଇ କଳ୍ପନା ଜଳ୍ପନା ଲାଗି ରହଛି ।

ପୂର୍ବରୁ ବଲିଉଡ ଅଭିନେତା ସୁଶାନ୍ତ ସଂହ ମୃତୁ୍ୟ ମାମଲା ସହ ଡ୍ରଗ୍ସ ଲିଙ୍କକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ଏହି କ୍ରମରେ ଟାଣି ହୋଇ ଆସିଥିଲେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଓ ଅର୍ଜୁନ ରାମପାଳଙ୍କ ଭଳି ବଲିଉଡ଼ର ଅନେକ ବଡ଼ ବଡ଼ ତାରକା । ତେବେ ଏବେ ପାଳି ପଡ଼ିଛି କମେଡ଼ି କୁଇନଙ୍କର ।

ଦୁଇ ଦିନ ତଳେ ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଦମ୍ପତିଙ୍କୁ ୧୫ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ତେବେ ଜେରା ସମୟରେ ଭାରତୀ ଗଞ୍ଜେଇ ବ୍ୟବହାର କରୁଥିବା ନେଇ ସିକ୍ୱାର କରିଛନ୍ତି । ପରେ ଉଭୟଙ୍କର ମେଡ଼ିକାଲ ଯାଞ୍ଚ କରାଯାଇ କୋର୍ଟ ଚାଲାଣ କରାଯୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular