ଖଲିକୋଟ: ରାଜ୍ୟରେ ବିପର୍ଯ୍ୟୟ ହୋଇପଡ଼ିଛି ସ୍ୱାସ୍ଥ୍ୟ ସେବା । ଅର୍ଥ ଅଭାବରୁ ନିରୀହ ଲୋକଙ୍କୁ ଉତମ ଚିକିତ୍ସିତ ମିଳିପାରୁନି । ଯାହା ଫଳରେ ଚିକିତ୍ସିତ ଅଭାବରୁ ଚାଲି ଯାଉଛି ବହୁ ନିରୀହ ଜୀବନ । ଆମେ କହୁଛୁ ଗଂଜାମ ଜିଲ୍ଲାର ଖଲିକୋଟ ଏନ.ଏ.ସି ର ଦିଲିପ ଙ୍କ କଥା । ଏନଏସି ଅନ୍ତର୍ଗତ ସେଠୀ ସାହିର ଲକ୍ଷ୍ମୀଧର ସେଠୀ ଙ୍କ ୨୩ ବର୍ଷର ଏକମାତ୍ର ପୁଅ ଦିଲ୍ଲୀପ । ଦୀର୍ଘ ୧୦ ବର୍ଷ ଧରି ଚିକିତ୍ସିତ ଅଭାବରୁ ପଡ଼ି ରହିଛନ୍ତି । ପୁଅର ଚିକିତ୍ସିତ ପାଇଁ ବାପା ଜମିବାଡ଼ି, ଘର ବିକ୍ରି କରି ନିଃସହାୟ ହେଇଗଲେଣି ।ଗତ ୨୦୧୦ ଅକ୍ଟୋବରରେ ଖଲିକୋଟ୍ ର ନିର୍ମଳଝର ଠାରେ ଏକ କାର୍ ଏକ୍ସିଡ଼େଣ୍ଟରେ ଦିଲୀପ ଗୁରୁତ୍ୱର ଭାବେ ଆହତ ହୋଇ କୋମାରେ ପଡ଼ିଥିଲେ । ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱରର ଆୟୁସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦିଲୀପ ।

୩ବର୍ଷ ହେବ ତାଙ୍କ ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ଆସୁଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାାରୁ ନାହିଁ ବୋଲି ତାଙ୍କ ବାପା ଲକ୍ଷ୍ମୀଧର କହିଛନ୍ତି । ଦିଲୀପ ଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଆବଶ୍ୟକ ହେବ ବୋଲି କହୁଛନ୍ତି ଡ଼ାକ୍ତର । ଯେଉଁଥିପାଇଁ ପାଇଁ ସରକାରୀ ସହାୟତା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0