spot_img

ଶିକ୍ଷୟିତ୍ରୀଙ୍କ ପରୋପକାର ନିଶା..ଦୌନିକ ୧୮ କିଲୋମିଟର ଚଳାଉଛନ୍ତି ଡଙ୍ଗା ଛୋଟ ପିଲାଙ୍କୁ ପଢାଇବା ଓ ଗର୍ଭବତୀଙ୍କୁ କରୁଛନ୍ତି ସାହାର୍ଯ୍ୟ

ମହାରାଷ୍ଟ: ଆପଣା ନିଷ୍ଠା ଆଗରେ ସବୁକିଛି ହାର ମାନିଥାଏ । ଯାହା ପାଇଁ ଆପଣଙ୍କୁ କୌଣସି କାର୍ଯ୍ୟ କରିବା କଷ୍ଟ ହୋଇନଥାଏ । ଯାହା ଏଠାରେ ଆମେ ମହାରାଷ୍ଟ୍ରର ରେଲୁ ବାସୱାଙ୍କ ପାଖରେ ଦେଖିବାକୁ ପାଇଛୁ । ବୟସ ୨୭ ବର୍ଷ , ପେଷାରେ ଜଣେ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ । ମହାରାଷ୍ଟର ନାସିକ୍ର ନନ୍ଦୁରୱାର ଜିଲ୍ଲାର ବାସିନ୍ଦା । ଯିଏ ପ୍ରତିଦିନ ୧୮ କିଲୋମିଟର ଯାତ୍ରା କରି କୁନି କୁନି ପିଲାମାନଙ୍କୁ ପଢାଇବା ସହ ଗର୍ଭବତୀ ମହିଳା ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି । ରେଲୁ ଯେଉଁ ଅଙ୍ଗନଓ୍ାଡ଼ିରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ସେଠାକୁ ଯିବାକୁ ହେଲେ ସେ ଏକ ନଦୀ ପାର ହୋଇ ଯାଇଥାନ୍ତି । କିନ୍ତ ସେଠାରେ ରହୁଥିବା ଆଦିବାସୀ ମାନେ ସେମାନଙ୍କର ପିଲାଙ୍କୁ ଅଙ୍ଗନୱାଡ଼ି ଆସିବା ବନ୍ଦ କରିଦେଲେ । କାରଣ ଅଙ୍ଗନୱାଡ଼ି ଓ ବସ୍ତି ମଝିରେ ରହିଛି ଏକ ନଦୀ ଯାହାର ଦୂରତା ୧୮ କିଲୋମିଟର । ଯାତାୟାତ ପାଇଁ ନାହିଁ କୌଣସି ସଡ଼କ ପଥ । ନଦୀରେ ଡ଼ଙ୍ଗା ପକାଇ ଯିବା ହିଁ ତାଙ୍କ ପାଇଁ ଏକ ମାତ୍ର ସାହାରା ।

 

ପରିସ୍ଥିତି ଜାଣିବା ପରେ ସ୍ଥିର ହୋଇ ରହିପାରିଲେ ନାହିଁ ଶିକ୍ଷୟତ୍ରୀ ରେଲୁ ବାସୱା । ସେ ସ୍ଥିର କଲେ ପିଲା ମାନେ ଅଙ୍ଗନୱାଡ଼ି ନିକଟକୁ ଆସିପାରିବେ ନାହିଁ କିନ୍ତୁ ସେ ସେମାନଙ୍କ ପାଖକୁ ଯାଇପାରିବେ । ପରେ ଶିକ୍ଷୟତ୍ରୀ ରେଲୁ ଏକ ମାଛ ଧରାଳୀଙ୍କ ଠାରୁ ଡଙ୍ଗା ଲିଜ୍ ରେ ଆଣିଲେ । ଆଉ ନିଜେ ଡ଼ଙ୍ଗା ଚଳାଇବା ମଧ୍ୟ ଶିଖିଲେ । ଏହା ପରେ ସେ ପ୍ରତିଦିନ ୧୮ କିଲୋମିଟର ଡଙ୍ଗା ଚଳାଇ ପହଂଚି ଯାଉଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ରରେ । ସେଠାରେ ସେ ୬ ବର୍ଷରୁ କମ୍ ପିଲାଙ୍କୁ ପାଠ ପଢାଇଥାନ୍ତି । ଏହା ସହ ଗର୍ଭବତୀ ଆଦିବାସୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଏହା ସହ ଆଦିବାସୀ ପିଲାଙ୍କର ପୋଷଣ ଉପରେ ବି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ପ୍ରତିଦିନ ଡଙ୍ଗା ଚଳାଇବା ଦ୍ାରା ରେଲୁଙ୍କ ହାତରେ ଯନ୍ତ୍ରଣା ହେବା କଥା ଜାତୀୟ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ନିଜର ଶାରୀରିକ କଷ୍ଟ ଠାରୁ ଆଦିବାସୀ ପିଲାମାନଙ୍କର ଶିକ୍ଷା ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟସେବା ଆଗରେ ତାଙ୍କ ଏହି ଯନ୍ତ୍ରଣା କିଛି ନୁହଁ ବୋଲି ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular