spot_img

ଏସ୍‌ସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ

କଟକ : କଟକ ବଡ଼ ଡାକ୍ତରଖାନାରେ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ କରାଯାଇଛି। କାର୍ଡିଓଥୋରାସିସ ବିଭାଗର ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଏହି ସର୍ଜରୀକୁ ବନ୍ଦ କରାଯାଇଛି। ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।ଅକ୍ସିଜେନ୍‌ ପାଇପ୍‌ରେ ଲିକ୍ ଯୋଗୁ କାର୍ଡିଓଥୋରାସିସ ବିଭାଗର ଆଇସିୟୁ ଓ ଓଟିକୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଏହା ସହିତ ଆଡ୍‌ମିଟ୍ ହୋଇଥିବା ଗୁରୁତର ରୋଗୀଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅକ୍ସିଜେନ୍ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular