ଭୁବନେଶ୍ୱର : ବିଧାନସଭାରେ ଆଗରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ବିଧାନସଭା ଆଗରେ ନୟାଗଡ଼ର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। କିଛି ଦିନ ତଳେ ନୟାଗଡ଼ରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାର ନିଖୋଜ ପରେ ତା’ର ମୃତଦେହ ମିଳିଥିଲା। ୫ ବର୍ଷୀୟା ଝିଅର ହତ୍ୟା ବାପାମାଆଙ୍କୁ ମର୍ମାହତ କରିଦେଇଥିଲା। ଏହି ଘଟଣାକୁ ଅନେକ ଦିନ ବିତିଯାଇଥିଲେ ହେଁ, ଏପର୍ଯ୍ୟନ୍ତ ହତ୍ୟାକାରୀର ସନ୍ଧାନ ପାଇପାରିନାହିଁ ପୁଲିସ୍। ତେବେ ନ୍ୟାୟ ଦାବିରେ ନାବାଳିକାର ବାପାମାଆ ଆଜି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0