ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ନିଭାର’ । ବଙ୍ଗେପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଘନୀଭୁତ ହୋଇ ଆଜି ବାତ୍ୟା ନିଭାରରେ ପରିଣତ ହୋଇଛି । ବାତ୍ୟାରେ ପରିଣତ ହେବା ପରେ ଏହା ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡ଼କୁ ମୁହାଁଇବାରେ ଲାଗିଛି । ବାତ୍ୟା ନିିଭାରର ପ୍ରଭାବରେ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।

ଏହି ଅବପାତର ରୂପ ଧିରେ ଧିରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି । ଆଜି ସକାଳ ୮ଟା ସୁଦ୍ଧା ପୁଡ଼ୁଚେରୀଠାରୁ ୫୫୦ କିମି ଓ ଦକ୍ଷିଣପୁର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୁତ ହୋଇ ବାତ୍ୟାର ରୁପ ନେବ । ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍ନ ସୁଦ୍ଧା କରାଇକାଲ୍ ଓ ମାମାଲ୍ଲାପୁରମ୍ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୁପରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳ ଦେଇ ଅତିକ୍ରମ କରିବ । ଆସନ୍ତା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବା ପରେ ପବନର ବେଗ ୧୦୦ ର ୧୧୦ କିମି ରହିବ । ସ୍ଥଳ ବିଶେଷରେ ୧୨୦ କିମି ବେଗରେ ପବନର ବେଗ ଅନୂଭୁତ ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କେନ୍ଦ୍ରର ନିର୍ଦ୍ଧେଶକ ଏଚ୍.ଆର୍. ବିଶ୍ୱାସ୍ ସୂଚନା ଦେଇଛନ୍ତି ।

ବାତ୍ୟା ‘ନିଭାର’ ପ୍ରଭାବରେ ୨୫ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ କେତେକ ଅଂଚଳ ସହ ରାଜ୍ୟର ବାକି ଜିଲ୍ଲାର କିଛି ସ୍ଥାନରେ ନିମ୍ନ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରୁ ବର୍ଷା ପରିମାଣ ବଢିପାରେ । ରାଜ୍ୟର ଗଜପତି,ଗଞ୍ଜାମ,ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାତ୍ୟା ‘ନିଭାର’ ପ୍ରଭାବରେ ୨୪ ତାରିଖ ସଂନ୍ଧାରୁ ରାଜ୍ୟରେ ପାଣି ପାଗ ପରିବର୍ତନ ହେବ । ୨୭ ଯାଏଁ କୋହଲା ପାଗ ରହିବ । ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡ଼ିକ ତଥା, ଜଗତସିଂହପୁର, ଖୋର୍ଦ୍ଧ, ପୁରୀ ଓ ଗଞ୍ଜାମ ସହ ଆଭ୍ୟନ୍ତରୀଣ ଦକ୍ଷିଣ ସମ୍ବଲପୁର ଠାରୁ ପଶ୍ଚିମକୁ ଥିବା ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ପଡ଼ିବ । ଯାହାର ସୁଚନା ଦେଇଛନ୍ତି କେନ୍ଦ୍ର ନିର୍ଦ୍ଧେଶକ ସୁରେନ୍ଦ୍ର ନାଥ ପଶୁପାଳ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0