ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜଙ୍କ ପିତାଙ୍କ ପରଲୋକ ପରେ ଟିମର ସାଥୀ ଖେଳାଳି ସିରାଜଙ୍କୁ ସମ୍ବେଦନା ଦେବା ସହ ସମର୍ଥନ କରୁଛନ୍ତି । ସିରାଜ ତାଙ୍କ ପିତାଙ୍କ ପାଖରୁ ପ୍ରେରଣା ପାଇ ଜଣେ ସଫଳତମ ଖେଳାଳି ହୋଇପାରିଛନ୍ତି । ତେବେ ନିଜ ରାଷ୍ଟ୍ର ବଡ କହି ସିରାଜ ତାଙ୍କ ଅନ୍ତିମଯାତ୍ରାରେ ଯୋଗଦେଇ ନଥିଲେ । ତାଙ୍କର ଏପରି ଦେଶ ପ୍ରତି କର୍ତ୍ତବ୍ୟନିଷ୍ଠକୁ ଦେଖି ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ । ଅନ୍ୟପଟେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସିରାଜଙ୍କ ମନୋବଳକୁ ବଢାଇ ତାଙ୍କୁ ଏପରି ପରିସ୍ଥିତିରେ ସମର୍ଥନ କରିଛନ୍ତି ।
ତେବେ ବିରାଟ ନିଜେ ମଧ୍ୟ ଏପରି ପରିସ୍ଥିତିକୁ ସାମ୍ନା କରିଛନ୍ତି । ତେଣୁ ସିରାଜଙ୍କୁ ଭାଙ୍ଗିନପଡି ଆହୁରି ଦୃଢ ହେବା ପାଇଁ କହିଛନ୍ତି । ଏହା ସହ ବିରାଟ କହିଛନ୍ତି, ମିଆ ଚିନ୍ତା କରନାହିଁ ଆହୁରି ଦୃଢ ନିଜକୁ କର । ତୁମ ପିତା ଚାହୁଁଥିଲେ କି ତୁମେ ଦେଶ ପାଇଁ ଖେଳ । ତେଣୁ ଭାଙ୍ଗିନପଡି ତାଙ୍କ ସ୍ୱପ୍ନକୁ ପୂରଣ କର ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0