ବଲିଉଡ଼ ର ସୁପଷ୍ଟାର ରାଜେଶ ଖାନ୍ନାଙ୍କର ଆଜି ହେଉଚି ଅଷ୍ଟମ ଶ୍ରାଦ୍ଧବାର୍ଷିକ, ୨୦୧୨ମସିହା ଠିକ୍ ଏହି ଦିନରେ ତାଙ୍କର ତିରଧାମ ହୋଇଥିଲା । ସେ ହିନ୍ଦି ଚଳଚିତ୍ର ଜଗତର ପ୍ରଥମ ସୁପଷ୍ଟାର ଥିଲେ । ତାଙ୍କ ଜନ୍ମ ୧୯୪୨ମସିହା ଡ଼ିସେମ୍ବର ମାସ ୨୯ ତାରିଖ ରେ ପଞ୍ଜାବର ଅମୃତସରରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଥିଲା ଜତିନ ଖାନ୍ନା । ବଲିଉଡ଼ ଜଗତରେ ସେ ସ୍ନେହର “କାକା“ ନାମରେ ପରିଚିତ ଥିଲେ ।

କଳାକାର ଭାବରେ ସେ ହିନ୍ଦି ସିନେମା ଜଗତରେ ଯେଉଁ ଚିହ୍ନ ଛିଡ଼ିଯାଇଛନ୍ତି ତାହା ଏକ ଅଭୁଲା ସୃତି । ୧୯୬୬ମସିହାରେ ଚେତନ ଆନନ୍ଦଙ୍କ ଦ୍ୱାରା ନିଦେ୍ର୍ଦଶିତ “ଆଖିର୍ ଖତ୍” ତାଙ୍କର ପ୍ରଥମ ଫିଲ୍ମ ଥିଲା । ସେ ୧୮୦ ଟି ଚଳଚିତ୍ରରେ ଅଭିନୟ କରିଥିବା ବେଳେ ସେଥିମଧ୍ୟରୁ ୧୬୮ ଟି ଫିଚର ଫିଲ୍ମ ଏବଂ୧୨ଟି ସଟ୍ ଫିଲ୍ମ ଥିଲା । ଏଥିମଧ୍ୟରୁ ସେ ୧୨୮ଟି ଫିଲ୍ମରେ ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ । ୧୯୬୯-୧୯୭୧ ମଧ୍ୟରେ ସେ ଲଗାତାର ୧୫ଟି ହୃଦୟ ସ୍ପର୍ଶି ହିଟ୍ ଫିଲ୍ମରେ ଅଭିନୟ କରି ବଲିଉଡ଼ ରେ ସେ ପ୍ରଥମ ସୁପରଷ୍ଟାର ଭାବେ ପରିଚିତ ହୋଇଥିଲେ।
ତାଙ୍କର ସର୍ବଶ୍ରେଷ୍ଠ ଅଭିନୟ ପାଇଁ ସେ ୧୪ଥର ମାନୋନିତ ହୋଇଥିବା ବେଳେ ତାଙ୍କୁ ୩ ଥର ଫିଲ୍ମ ଫେୟାର ପୁରସ୍କାର ମିଲିଥିଲା । ଏହାବ୍ୟତୀତ ସେ ବଙ୍ଗଳା ଫିଲ୍ମ ଜର୍ନାଲିସ୍ଟ ଆସୋସିଏସନ୍ ଦ୍ୱାରା ହିନ୍ଦି ଫିିଲ୍ମର ସର୍ବଶ୍ରେଷ୍ଠ ଅଭିନେତା ଭାବେ ୨୫ଥର ମାନୋନିତ ହୋଇଥିବା ବେଳେ ୪ ଥର ପୁରସ୍କୁତ ହୋଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0