ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ଆଜି ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହୋହାଲ୍ଲା ହେବା ପରେ ପ୍ରଥମେ ୨୦ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି। ବିଧାନସଭା ବାହାରେ ଉଭୟ କଂଗ୍ରେସ ଓ ବିଜେପି ହଙ୍ଗାମା କରିଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି। ଏହା ସହ ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ଗୃହ ଚଳାଇ ଦେବୁନି । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଗ୍ରହଣୀୟ ନୁହେଁ। କାରଣ ପୂର୍ବରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0