ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନକୁ ପୂରିଲା ୭୧ ବର୍ଷ । ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ.ଭୀମରାଓ ଆମ୍ବେଦକର ଏହାକୁ ଦାଖଲ କରିଥିଲେ । ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଏହାକୁ ୧୯୫୦ ଜାନୁୟାରୀ ୨୬ରେ ପ୍ରଣୟନ କରାଯାଇଥିଲା । ପୃଥିବୀର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର କେତେକ ଅଂଶ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇ ଏକ ବୃହତ୍ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ଭାରତର ସମ୍ବିଧାନ ବିଶ୍ୱର ବୃହତ ଓ ଲିଖିତ ସମ୍ବିଧାନ ଅଟେ । ୨୦୧୫ଠାରୁ ନଭେମ୍ବର ୨୬ କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0