ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। କୁଟୁର ଜଙ୍ଗଲରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ପୁଲିସର ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି କମଲୋଚନ କାଶ୍ୟପ। ଡିଆରଜି ପୁଲିସର ଅପରେସନ ବେଳେ ଏହି ସଫଳତା ମିଳିଛି। ମୃତ ମାଓବାଦୀର ନାଁ ସନ୍ତୋଷ ପୋଡ଼ିଆମୀ। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ତେବେ ଏହି ଗୁଳିବିନିମୟରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପୁଲିସ ସନ୍ତୋଷକୁ ଧରିବା ପାଇଁ ୧ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲା।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0