spot_img

ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ

ସୋର :  ହତ୍ୟା କରି ପାଣିରେ ମୃତଦେହ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ସୋର ଥାନା କେଶରୀପୁର ଗାଁରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ୮ଟାରେ ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ ମହେଶ୍ବର । ସକାଳୁ ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ମହେଶ୍ବର ମଳିକ । ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହେଶ୍ବରଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular