ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦି ୨୮ ନଭେମ୍ବର ରେ ଦିନ ଯିବେ ସିରମ୍ ଇନଷ୍ଟିଚ୍ୟୁଟ୍ । ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ସିରମ୍ ଇନଷ୍ଟିଚ୍ୟୁଟ୍ କୋବିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ତେଣୁ ସିରମ୍ ଇନଷ୍ଟିଚ୍ୟୁଟ୍ କୁ ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପହଂଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବର୍ତମାନ ଏହି ଟିକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଚାଲିଛି । ଅନ୍ୟପଟେ ଏହି ଟିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଓ ଏଷ୍ଟେଜିନା ଏହାକୁ ବିଦେଶରେ ପରୀକ୍ଷଣ ସମାପ୍ତ କରିଛନ୍ତି । ଏହି ଟିକାକୁ ଅନୁମତି ଦେବାକୁ ସେମାନେ ୟୁ.କେ ନିକଟରେ ଏକ ତଥ୍ୟ ରଖିଛନ୍ତି ।

ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତିକୁ ଜୋରଦାର କରିଛି । ଲକ୍ଷ ଲକ୍ଷ ଟିକା ବି ପ୍ରସ୍ତୁତ ହୋଇ ରହିଛି । ଅନୁମତି ମିଳିଲେ ଏହି ଟିକାର ବଜାର ପ୍ରବେଶ ହେବ । ଏହି ପ୍ରସ୍ତୁତିକୁ ଦେଖିବାକୁ ପୁନେ ଠାରେ ଥିବା ସିରମ ଇନଷ୍ଟିଚ୍ୟୁଟରେ ୨୮ ନଭେମ୍ବର ଦିନ ପହଂଚିବେ ପ୍ରଧାନମନ୍ତ୍ରୀ । ଆଶା କରାଯାଉଛି ଯେ ସେହିଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ କିଛି ଘୋଷଣା କରିପାରନ୍ତି !ପୂର୍ବରୁ କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ । ଏଥିରେ ବଢୁଥିବା କରୋନା ସଂକ୍ରମଣ ଓ ଟିକାକୁ ନେଇ ବେସ୍ ଆଲୋଚନା ବି ହୋଇଥିଲା । କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କିଛି ଲୋକ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି । ରାଜନୀତି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ । ଟିକା ଆସିଲେ ପ୍ରଥମେ କାହାକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ରାଜ୍ୟ ମାନଙ୍କ ସହିତ ଆଲୋଚନା କରି ନିସ୍ପତ୍ତି ନିଆଯିବ ।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0