ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନ୍ୟୂନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ର କହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ୧୦୧ଟି ଚାଳଘର ଭାଙ୍ଗିଯାଇଛି ଏବଂ ଉପୁଡ଼ି ପଡ଼ିଥିବା ୩୮୦ଟି ଗଛ ହଟାଇ ଦିଆଯାଇଛି। ଅତ୍ୟାବଶ୍ୟକ ସେବା ପୁଣି ସମ୍ପୂର୍ଣ୍ଣରୂପେ ଚାଲୁ ହୋଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ କେନ୍ଦ୍ର ସରକାର ତାମିଲନାଡୁ ଓ ପୁଡୁଚେରୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ସହାୟତା ନିମନ୍ତେ ‘ଏନଡିଆରଏଫ’ କର୍ମଚାରୀମାନେ କ୍ଷେତ୍ର ବିଶେଷରେ ଉପସ୍ଥିତ ଅଛନ୍ତି।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0