ଭୁବନେଶ୍ୱର : ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ଅଭୟଙ୍କ ରାଜକୀୟ ଠାଣୀ ଓ ଚାଲିଚଳଣି ଭିଜିଲାନ୍ସ ନଜରକୁ ଆସିବା ପରେ ଗତକାଲି ଭୁବନେଶ୍ୱରରେ ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅକୁ ଅଟକ ରଖି ପଚରାଉଚରା ପରେ ତାଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଛି ଭିଜିଲାନ୍ସ ଟିମ୍ ।
ଅଭୟକାନ୍ତଙ୍କ ପୁଅ ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ଏକ ଫ୍ଲାଟ୍ରେ ରହୁଥିବା ବେଳେ ନିଜକୁ ଏକ କମ୍ପାନିର ଏମ୍ଡି ଭାବେ ପରିଚୟ ଦେଉଥିଲେ। ମୁମ୍ବାଇରେ ନିଜ ସୁରକ୍ଷା ପାଇଁ ସେ ବାଉନ୍ସର୍ ମଧ୍ୟ ନିୟୋଜିତ କରିଥିଲେ। ତେବେ ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ ତାକୁ ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ। ଅଭୟଙ୍କ ଜଣେ ପୁତୁରାଙ୍କ ଘରୁ ୫୦ ଲକ୍ଷ, ପିପିଲିରେ ଥିବା ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି ।
ମୁମ୍ବାଇ ଓ ପୁଣେର ଭୂଗାସ୍ଥିତ ହିଲ୍ ଷ୍ଟେସନରେ ଥିବା ଫାର୍ମ ହାଉସ୍ ସହ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ସେପଟେ ସମ୍ପତ୍ତି ଆୟ ବହିର୍ଭୁତ ନୁହେଁ ବୋଲି ସଫେଇ ଦେଇଛନ୍ତି ଅଭୟକାନ୍ତ । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଏପରି ଅୟସ ଜୀବନଶୈଳୀ ଦେଖି ସମସ୍ତେ ତାଜୁବ ହୋଇଯାଇଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏପରି ଚଢ଼ାଉ ଘଟଣା ପ୍ରଥମ ବୋଲି ଆଲୋଚନା ହେଉଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0