ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ଘଟୁଥିବା କାରଣରୁ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଛି। ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ ନଭେମ୍ବର ୨୬ ତାରିଖରେ ଜାରି କରିଥିବା କହିଛି ଯେ, ଭାରତକୁ ଆସୁଥିବା ଏବଂ ଭାରତରୁ ଯାଉଥିବା ସମସ୍ତ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ପର୍ଯ୍ୟନ୍ତ ସ୍ଥଗିତ ରହିବ। ହେଲେ ମାଲବାହୀ ବିମାନ ଚଳାଚଳ ଏବଂ ‘ଡିଜିସିଏ’ ଅନୁମୋଦିତ ବିମାନ ସେବା ପ୍ରତି ଏହି କଟକଣା ଲାଗୁ କରାଯାଇନାହିଁ । ।ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଅଳ୍ପ କେତେକ ରୁଟ୍ ରେ ଆନ୍ତର୍ଜାତିକ ବିମାନ ଚାଲିପାରିବ। ତେବେ ପୂର୍ବରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରାଯାଇଥିଲା।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0