spot_img

INS ଚିଲିକା ରେ ସାମ୍ବିଧାନିକ ଦିବସ ପାଳିତ।

ଚିଲିକା : ଆଜି ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳିତ ହେଉଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶର ସାମ୍ବିଧାନିକ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗୃହିତ କରିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଏହା କାର୍ୟ୍ୟକାରୀ ହୋଇଥିଲା। ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ୨୦୧୫ ରେ ବିଜ୍ଞପ୍ତି ଜାରି କରିଥିଲା। ଦେଶର ଜନସାଧାରଣଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି।ଏହି ଅବସରରେ ଆଜି ଚିଲିକା ନୌସେନା ପକ୍ଷରୁ ଏହି ସାମ୍ବିଧାନିକ ଦିବସ ପାଳନ ହୋଇଯାଇଛି।ଏଥିରେ ଚିଲିକା ନୌସେନା ର କମୋଣ୍ଡର ଋତୁ ରାଜ ସାହୁ ଏବଂ ସମସ୍ତ ଅଧିକାରୀ ଯବାନ ଓ ଅ-ସୈନିକ କର୍ମଚାରୀ DSC ଏବଂ ପ୍ରସିକ୍ଷାର୍ଥୀ ମାନଙ୍କୁ ଶପଥ ପାଠ କରାଇଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular