ପୁରୀ: ଶେଷ ହୋଇଛି ଦୁର୍ଲଭ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ । ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିଲା । ଯାହାର ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ । ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା । ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ବିଳମ୍ବ ହୋଇଥିଲା। ଏହାପରେ ସକାଳ ୭ଟାରୁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇ ସକାଳ ୯ଟା ୩୦ରେ ସମାପନ ହୋଇଥିଲା । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ। ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ।ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0