spot_img

ଦିଲ୍ଲୀ ଅଭିମୁଖେ ୫୦ ହଜାର ଚାଷି, ଟ୍ରାକ୍ଟର ଓ ଟ୍ରଲିରେ ଆସୁଛନ୍ତି ରାଜଧାନୀ

ଦିଲ୍ଲୀ : ଦିଲ୍ଲୀ ଅଭିମୁଖେ ୫୦ ହଜାର ଚାଷି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ କଡା ବିରୋଧ କରି ଦିଲ୍ଲୀ ଚଲୋ ନାରା ଦେଇ ରାଜଧାନୀ ଅଭିମୁଖେ ଆସିଛନ୍ତି ହଜାର ହଜାର ଚାଷି । ପଞ୍ଜାବ ଓ ହରିଆନାରୁ ଏହି କୃଷକମାନେ ଟ୍ରାକ୍ଟର ଓ ଟ୍ରଲିରେ ରାଜଧାନୀରେ ପହଁଞ୍ଚିଛନ୍ତି । ଆନେ୍ଦାଳନକୁ ଦୃଷ୍ଟିରେ ରଖି ହରିୟାଣା ଦିଲ୍ଲୀ ସୀମାରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ନୋଏଡାକୁ ଲାଗି ରହିଥିବା ଦିଲ୍ଲୀ ସୀମାକୁ ସଂପୂର୍ଣ୍ଣ ପୁଲିସ ଛାଉଣୀ କରାଯାଇଛି । ଏନେଇ ଗୁରୁବାର ଭାରତ ବନ୍ଦ ଡାକରା ମଧ୍ୟ ହୋଇଥିଲା । ସେପଟେ ସାରା ରାତି କୃଷକମାନେ ଦିଲ୍ଲୀ ଭିତରେ ପଶିବା କୁ ଚେଷ୍ଟା କରିଥିଲେ । ହେଲେ ପୁଲିସ୍ ବିରୋଧ କରିବାରୁ ସୀମାରେ ପୁଲିସ ସହ ଆଆନେ୍ଦାଳନରତ ଚାଷୀଙ୍କ ଧସ୍ତାଧସ୍ତି ହୋଇଛି । ଲୁହା ଓ ସିମେଣ୍ଟ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବା ପାଇଁ ପାଣି ଓ ଲାଠି ମାଡ କରିଛି । ଉଭୟ ପଞ୍ଜାବ, ହରିୟାଣାର ତିନିଟି ଦିଗରୁ ଚାଷୀମାନେ ଆସୁଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular