spot_img

ଭାରତକୁ ୩୭୫ ରନର ବିଶାଳ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ସିଡନୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ସିରିଜ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଘରୋଇ ଦଳ ଅଷ୍ଟ୍ରେଲିଆ । ତେବେ କ୍ୟାପଟେନ ଅରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିତଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୭୫ ରନର ଏକ ବିଶାଳ ସ୍କୋର କରିପାରିଛି । ଅନ୍ୟପଟେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ବୁମରା, ନବଦୀପ ସାଇନି ଏବଂ ସ୍ପିନର ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇପାରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular