spot_img

ଜିତିଲେ କଙ୍ଗନା,ବମ୍ବେ ହାଇକୋର୍ଟ କହିଲା ମନ୍ଦ ଉଦ୍ଦେଶ୍ୟ ନେଇ ଭଙ୍ଗା ଯାଇଛି ବଙ୍ଗଳା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ଜିତ୍ । କୋର୍ଟ କହିଲେ ମନ୍ଦ ଉଦ୍ଦେଶ୍ୟ ରଖି ଭଙ୍ଗାଯାଇଛି କଙ୍ଗନାଙ୍କ ବଙ୍ଗଳା । ଅଭିନେତ୍ରୀ କଙ୍ଗନା ରାଣାୱତ ଓ ବିଏମସି ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ଏହି ମାମଲାରେ କୋର୍ଟ କଙ୍ଗନାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କଙ୍ଗନା ଘର ନିର୍ମାଣ କରିବା ପୂର୍ବରୁ ବିଏମସିର ଅନୁମତି ନେଇଥିଲେ । ସେତେବେଳେ ଯଦି ଷ୍ଟ୍ରକଚର ଠିକ୍ ଥିଲା ତାହାଲେ ଏବେ କ’ଣ ଅସୁବିଧା ରହିଛି । ଏହା ସହ କୋର୍ଟ କହିଛନ୍ତି କି, କିଛି ମନ୍ଦ ଉଦ୍ଦେଶ୍ୟ ରଖି ବିଏମସି କଙ୍ଗନାଙ୍କ ବଙ୍ଗଳା ଭାଙ୍ଗିଛି । ଭଙ୍ଗାଯିବା ପରେ କଙ୍ଗନାଙ୍କର ଯେଉଁ କ୍ଷତି ହୋଇଛି ତାହାକୁ ନେଇ ଜଣେ ମୂଲ୍ୟଧାରକ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଭଙ୍ଗାଯାଇଥିବା ବଙ୍ଗଳାର ମୂଲ୍ୟ ନିର୍ଦ୍ଦାରଣ କରିବ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular