ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ୬୬ ରନରେ ପରାସ୍ତ ହୋଇଛି । ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ୍ରାର ବ୍ୟାଟଂ ସର୍ତ୍ତେ ଭାରତୀୟ ଦଳ ମ୍ୟାଚକୁ ହାରିଥିଲା । ତେବେ ଏହାର ପ୍ରତିକ୍ରିୟା ରଖି ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ତାଙ୍କୁ ଠିକ ଲାଗିଲେ ସେ ବୋଲିଂ କରିବେ । ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ଭାରତକୁ ଆହୁରି ଶକ୍ତିଶାଳୀ ବୋଲର ଆବଶ୍ୟକ । କାରଣ ସେ ଏବେ ବୋଲିଂ କରିପାରୁ ନାହାଁନ୍ତି । ପିଠିରେ ହୋଇଥିବା ଅସ୍ତ୍ରପଚାର ପରେ ସେ କେବଳ ବ୍ୟାଟିଂ କରୁଛନ୍ତି । ଦଳ ଅଲରାଉଣ୍ଡରକୁ ଆବଶ୍ୟକ କରୁଛି । ପ୍ରଥମ ଦିନିକିଆରେ ଦଳରେ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ଏହା ସହ ସେ ବୋଲିଂ ଅଭ୍ୟାସ କରୁଛନ୍ତି ଓ ଠିକ ସମୟ ଆସିଲେ ସେ ବୋଲିଂ କରିବେ ବୋଲି କହିଛନ୍ତି । ପୁଣି କହିଛନ୍ତି, ଦଳରେ ଷଷ୍ଠ ବୋଲର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏପରି ହେଲେ କୃଣାଲ ପାଣ୍ଡ୍ୟାଙ୍କ ଦଳରେ ସ୍ଥାନ ମିଳିଲେ ଅଭାବ ପୂରଣ ହୋଇଯିବ । ସେ ସ୍ପିନର ଓ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ । ଏପରି ବୟାନ ରଖି ଏବେ ଚର୍ଚ୍ଚାରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0