୨୦୦୮ ନଭେମ୍ବର ୨୬ରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବା ସଦସ୍ୟ ସାଜିଦ୍ ମୀର୍ । ଏବେ ତାକୁ ଆମେରିକା ଖୋଜୁଛି। ସାଜିଦ୍ ମୀର ଏହି ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ଆମେରିକା ତାକୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରଖିଛି। ମାଷ୍ଟରମାଇଣ୍ଡ ସାଜିଦ୍ କୁ ଧରାଇ ଦେଲେ ୫୦ ଲକ୍ଷ ଡଲାର ତଥା ୩୭ କୋଟି ଟଙ୍କା ପୁରସ୍କାର ମିଳିବ ବୋଲି ଆମେରିକା ପ୍ରଶାସନ ଘୋଷଣା କରିଛି। ୧୨ ବର୍ଷ ତଳେ ମୁମ୍ବାଇରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ୍ ଏବେ ପାକିସ୍ତାନର କୌଣସି ସ୍ଥାନରେ ଆତ୍ମଗୋପନ କରିଛି। ଏହି ୨୬/୧୧ ଆକ୍ରମଣରେ ଲସ୍କରର ୧୦ ଜଣ ଆତଙ୍କବାଦୀ ସାମିଲ ଥିଲେ ଏବଂ ୧୬୬ ଲୋକଙ୍କ ଜୀବନ ଯାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ଘଟଣା ସ୍ଥଳରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆତଙ୍କବାଦୀ ଅଜ୍ମାଲ କସାବକୁ ଫାଶୀ ଦିଆଯାଇଥିଲା।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0