ନୂଆଦିଲ୍ଲୀ: ଭାରତ ଓ ଭିଏତନାମା ମଧ୍ୟରେ ରଣନୀତିକ ସହଯୋଗ ଆହୁରି ସୁଦୃଢ କରିବା ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଭିଏତନାମର ଜେନେରାଲ ଏନଗୋ ଜୁଆନ ଲିଚ ଆଲୋଚନା କରିଛନ୍ତି । ଦୁହେଁ ଦେଶର ଦ୍ୱିପାକ୍ଷିକ ସୈନ ସଂପର୍କ ବିସ୍ତୃତ ଚର୍ଚ୍ଚା କରିଛନ୍ତି । ତେବେ ଏହା ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ଏହାର ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଉଭୟ ଦେଶ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଯେଉଁଥିରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଜଳ ସର୍ବେକ୍ଷଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । ଚୁକ୍ତି ଅନୁସାରେ ଉଭୟ ଦେଶ ଜଳ ସର୍ବେକ୍ଷଣ ସଂପର୍କୀତ ଆକଳନ ଦର୍ଶାଇବା ସହ ନୌପରିବହନ ଚାର୍ଟ ନିର୍ମାଣ ଉପରେ ମଧ୍ୟ କାମ କରିବେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0