ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ସମସ୍ତ ଭୂମିହିନଙ୍କୁ ଘରଡ଼ିହ ପ୍ରଦାନ କରାଯିବ । ବିଧାନସଭାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧,୦୬,୮୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତି ପ୍ରାଥମିକ ଭାବେ ଚିହ୍ନଟ ହୋଇଥିଲେ। ଆବଶ୍ୟକ ଯାଞ୍ଚ୍ ପରେ ତାହା ମଧ୍ୟରୁ ୪୯,୧୩୬ ଜଣ ବ୍ୟକ୍ତି ଘରଡିହ ଜମି ପାଇବା ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ଯୋଗ୍ୟ ବ୍ୟକ୍ତି ୪୭,୪୬୪ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦିଆଗଲାଣି। ଆଉ୧୦.୨୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦେବାକୁ ବାକି ଅଛି। ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଘରଡିହ ଜମି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0