ଭୁବନେଶ୍ୱର : ଏଣିକି ଓଡ଼ିଶାରେ ଯୋଗାଇ ଦିଆଯିବ ଏଆଇଜି ହସ୍ପିଟାଲର ଓପିଡ଼ି ସେବା । ହାଇଦ୍ରାବାଦସ୍ଥିତ ଦେଶର ଅଗ୍ରଣୀ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ହସ୍ପିଟାଲ ଏଆଇଜିର ଓପିଡି ସେବା ଭୁବନେଶ୍ୱରରେ ଆରମ୍ଭ ହୋଇଛି। କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ୍ ସମ୍ମୁଖରେ ଆଜିଠାରୁ ଓପିଡି କାର୍ୟ୍ୟକ୍ଷମ ହୋଇଛି। ଏଆଇଜି ହସ୍ପିଟାଲର ବିଶେଷଜ୍ଞମାନେ ପ୍ରାରମ୍ଭିକ ପର୍ୟ୍ୟାୟରେ ମାସକରେ ଥରେ ଏହି ସେବା ଯୋଗାଇ ଦେବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। କେବଳ ଲିଭର ଓପିଡି ନୁହେଁ, ଯକୃତ ପ୍ରତିରୋପଣ, ଯକୃତ କର୍କଟ ଓ ଜଣ୍ଡିସ୍ ଭଳି ଗ୍ୟାଷ୍ଟ୍ରୋ ସମସ୍ୟା ଭୋଗୁଥିବା ରୋଗୀମାନଙ୍କୁ ଓପିଡି ଜରିଆରେ ସ୍କ୍ରିନିଂ କରାଯିବ। ଏଆଇଜି ହସ୍ପିଟାଲ ଗ୍ୟାଷ୍ଟ୍ରୋ କ୍ଷେତ୍ରରେ ବେଶ୍ ଉନ୍ନତ ହସ୍ପିଟାଲ ହୋଇଥିବାରୁ ଓଡ଼ିଶାରେ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯିବ। ତେବେ ସ୍କ୍ରିନିଂ ସମୟରେ ଯେଉଁ ରୋଗୀମାନଙ୍କର ଅବସ୍ଥା ସ୍ଥିର ଥିବ ଓ ତାଙ୍କର ପ୍ରତିରୋପଣ ଆବଶ୍ୟକ ପଡ଼େ ତାହାଲେ ସମ୍ ହସ୍ପିଟାଲରେ ପ୍ରତିରୋପଣ କରାଯିବ। ଅପରପକ୍ଷରେ ଯଦି ରୋଗୀଙ୍କ ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ରହିଛି ତା’ହେଲେ ତାଙ୍କୁ ହାଇଦ୍ରାବାଦ୍ ନିଆଯାଇ ସେଠାରେ ଅସ୍ତ୍ରୋପଚାର କରାଯିବ। ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ଥର ଲାଗି ଯକୃତ ପ୍ରତିରୋପଣ କରାଯିବାର ଯୋଜନା ରହିଛି ବୋଲି ଡା.ବାଲଚନ୍ଦ୍ରନ କହିଛନ୍ତି। ଅପରପକ୍ଷରେ ରାଜ୍ୟର ପ୍ରଥମ ଯକୃତ ପ୍ରତିରୋପଣ କରିଥିବା ବାଲେଶ୍ୱରର ଜୟନ୍ତ ବିଶ୍ୱାଳ ଉପସ୍ଥିତ ରହି ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ୨୦୧୬ ମସିହାରୁ ତାଙ୍କର ଯକୃତ ଖରାପ ହୋଇଥିବା ବେଳେ ଏଆଇଜି ହସ୍ପିଟାଲର ଡା. ପି.ବାଲଚନ୍ଦ୍ରନଙ୍କ ପାଇଁ ସେ ନୂଆ ଜୀବନ ପାଇଛନ୍ତି। ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଶ୍ରୀ ବିଶ୍ୱାଳ କହିଥିଲେ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0