spot_img

ପୋଖରୀରେ ବୁଡି ହବିଷ୍ୟାଳି ମୃତ

ବାଲିଅନ୍ତା : ପୋଖରୀରେ ବୁଡି ହବିଷ୍ୟାଳି ମୃତ । ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକଟି ଫାଣ୍ଡି ଅଧିନ ଶୋପନେଶ୍ୱର ମନ୍ଦିର ନିକଟରେ ଘଟିଛି ଅଘଟଣ । ମନ୍ଦିର ନିକଟରେ ଥିବା ଚନ୍ଦନ ପୋଖରୀରେ ବୁଡ ପକାଉଥିବା ବେଳେ ବୁଡି ଯାଇଛନ୍ତି ମହିଳା । ମହିଳା ସ୍ଥାନୀୟ ଅଞ୍ଚଳର ଉମା ଶତପଥୀ ବୋଲି ଜଣାପଡିଛି । ପ୍ରତି ଦିନ ପରି ଶନିବାର ସକାଳେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ କୌଣସି କାରଣରୁ ପାଣିରେ ତାଙ୍କ ଗୋଡ ଖସି ଯାଇଥିଲା । ଉମା ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ସ୍ଥାନୀୟ ଲୋକ ପୋଖରୀରେ ଶବ ଭାସୁଥିବା ଦେଖି ତାକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ତାଙ୍କ ମୃତୁ୍ୟ ହୋଇଯାଇଥିଲା । ପରିବାର ଲୋକ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ଖବର ପାଇ ବାଳକଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular