spot_img

ଓଡ଼ିଆ ପୁଅଙ୍କୁ ଝାଡ଼ଖଣ୍ଡରେ ମିଳିଲା ସମ୍ମାନ

ଭୁବନେଶ୍ୱର: ଚର୍ଚ୍ଚାରେ ଓଲିଉଡ଼ର ରିଏଲ ହିରୋ ସବ୍ୟସାଚୀ ମିଶ୍ର । ଲକଡ଼ାଉନରେ ପ୍ରବାସୀଙ୍କୁ ସାହାର୍ଯ୍ୟ କରିଥିବା ଏହି ହିରୋଙ୍କୁ ରାଞ୍ଚିରେ ମିଳିଛି ସମ୍ମାନ । ଦେଶର କୋଭିଡ଼ ୱାରିୟରଙ୍କୁ ସମ୍ମାନିତ କରୁଥିବା ବେଳେ ଓଡ଼ିଶାର ସବ୍ୟସାଚୀଙ୍କୁ ଭୁଲି ନାହିଁ ଏହି ହୋଟେଲ । ବିଭିନ୍ନ ପରିବା ଓ ଫଳରେ ତାଙ୍କର ଚିତ୍ର କରି ପ୍ରଦର୍ଶନ କରିଛି ହୋଟେଲ ।

ବିଶେଷକରି ଝାଡ଼ଖଣ୍ଡର ଲୋକେ ତାଙ୍କ ବିଷୟରେ ଜାଣନ୍ତୁ ବୋଲି ହୋଟେଲର ମ୍ୟାନେଜର କହିଛନ୍ତି । ସବ୍ୟସାଚୀଙ୍କୁ ସମସ୍ତେ ଜାଣିଛନ୍ତି। ସେ ଓଡ଼ିଶାର ଜଣେ ସୁପରଷ୍ଟାର। କରୋନା ସମୟରେ ଅନେକ ଗରିବ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏମିତି ସଙ୍କଟ ସମୟରେ ମାନବିକତା ଦେଖାଇ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସବ୍ୟସାଚୀ। ବସ୍ ପଠାଇ ଅନେକ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି ତ’ ପୁଣି କାହା ପେଟରେ ଦାନା ଦେଇ ମହାନତା ଦେଖାଇଛନ୍ତି ସେ । ତାଙ୍କର ଏହି ନିଃଶ୍ୱାର୍ଥପର ସେବା ମୂଳକ କାର୍ୟ୍ୟରେ ଆମେ ମୁଗ୍ଧ ହୋଇ ଆମେ ତାଙ୍କୁ ସମ୍ମାନ ଜଣାଉଛୁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular