ପାରାଦୀପ : ୯ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ୯ ଦଫା ଦାବି ନେଇ ତୈଳବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ସଙ୍ଘର ପ୍ରାୟ ଶତାଧିକ ଶ୍ରମିକ। ଦୀର୍ଘ ଦିନ ହେବ ତୈଳବିଶୋଧନାଗାର କାର୍ଯ୍ୟରତ ବିଭିନ୍ନ ଠିକାଦାର ଅଧିନରେ କାମ କରୁଥିବା ବେଳେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କର ମୌଳିକ ସମସ୍ୟା ଉପରେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଉଛି । ପୂର୍ବରୁ ଅନେକ ଥର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ତଥା ନୁଆ ଶ୍ରମିକମାନଙ୍କର ବେଆଇନ ଭାବେ ଗେଟ୍ ପାସ ରଦ୍ଦ କରିବା । ସେହିପରି ପ୍ରତି ମାସର ୭ ତାରିଖରେ ଦରମା ପ୍ରଦାନ । ବେଆଇନ ଭାବେ ଶ୍ରମିକ ଛଟେଇ କରି ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ଦେବା ଆଦି ଅନେକ ସମସ୍ୟା ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0