ଅସ୍ତରଙ୍ଗ : ଚିଙ୍ଗୁଡ଼ି ବଝେଇ ଟ୍ରକ ଅପହରଣ । ବାପା ଓ ପୁଅ ଗିରଫ । ସେମାନେ ହେଲେ ସୁବଳ ଖଟେଇ ଏବଂ ତାଙ୍କ ପୁଅ ସମ୍ବିତ । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଡ଼ମଶୁଣ ଗ୍ରାମର ଅଭୟ ନାୟକଙ୍କ ପୁତ୍ର ମନୋଜ ନାୟକ ଗତକାଲି ରାତିରେ ଏକ ଟ୍ରକ ଯୋଗେ ଆଠ ଟନ୍ ଚିଙ୍ଗୁଡ଼ି କଲିକତା ପଠାଉଥିଲେ । ରାତି୍ର ୧୧,୪୫ ରେ ସୁବଳ ଓ ତାଙ୍କ ପୁଅ ସେହି ଚିଙ୍ଗୁଡ଼ି ବଝେଇ ଟ୍ରକ କୁ କାକାଟପୁର ମୂଳଗଡ଼ ନିକଟରେ ଡ୍ରଇଭରଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ । ପରେ ମନୋଜ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଏ.ଏସ.ଆଇ ସନାତନ ଖୁଂଟିଆ ଓ ପୋଲିସ ଟିମ୍ କୁଣ୍ଢେଇ ହାଟରୁ ଚିଙ୍ଗୁଡ଼ି ବୋଝେଇ ଗାଡ଼ିକୁ ଜବତ୍ କରିଛି । ଅଭିଯୁକ୍ତ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0