spot_img

ସୁବର୍ଣ୍ଣପୁରରେ ଥମୁନି ହାତୀ ଉପଦ୍ରବ 

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ  । ଗତ ୧୨ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି ୪୦ଟିକିଆ ହାତୀ ପଲ  । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି  । ଏହା ସହିତ ସିନ୍ଦୁରପୁର, ଗୁଲାପଡା, ଗଣେଷପୁର, କେଉଟପଡା ଓ ମଣିଗାଁ ଆଦି ଗାଁରେ ଧାନ ସହ ପନିପରିବା ଚାଷ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ । ଫସଲ ଅମଳ ସମୟରେ ହାତୀଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି  । ଗତ ୧୨ ଦିନ ହେଲା ଉଲୁଣ୍ଡା ରେଞ୍ଜ ଅଂଚଳରୁ ୪୦ଟି ହାତୀ ମହାନଦୀ ଡେଇଁ ଆସି ବିନିକା ବନାଞ୍ଚଳରେ ଉପଦ୍ରବ କରୁଛନ୍ତି  । ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ଉଦ୍ୟମ ପରେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ସଫଳତା ମିଳିପାରୁନାହିଁ  । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗିରହିବା ସହିତ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି  ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular