spot_img

ଦେଢ ଡିଗ୍ରି ଖସିଲା ପାରଦ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ୟ୍ୟନ୍ତ ଖସିଛି। ରାଜ୍ୟର ୨ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି । ମୋଟ ୧୩ ସହର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ ବି ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିଲା। ଅନ୍ୟପଟେ ଆହୁରି ୧୧ ସହର ତାପମାତ୍ରା ୧୫ଡିଗ୍ରି ତଳକୁ ଖସିଛି। ଆସନ୍ତା ୪/୫ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେମିତି କୌଣସି ବିଶେଷ ପରିବର୍ତନ ପରିଲକ୍ଷିତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular