spot_img

ପ୍ରବାସୀ ଓଡ଼ିଆ ପାଳନ କଲେ କାର୍ତ୍ତିକ ପୂର୍ଣ୍ଣିମା

ନୂଆଦିଲ୍ଲୀ : ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଦିଲ୍ଲୀଠାରେ ପ୍ରବାସୀ ଓଡ଼ିଆମାନେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି । ଚଳତ ବର୍ଷ କରୋନା କଟକଣା କାର୍ତ୍ତିକ ପୂର୍ଣ୍ଣିମାକୁ ଫିକା କରିଦେଇଥିବା ସତ୍ତ୍ୱେ ପ୍ରବାସୀ ଓଡ଼ିଆମାନେ ହଉସଖାସ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥିଲେ। ଏଥିସହିତ ମନ୍ଦିର ନିକଟସ୍ଥ ଜଳାଶୟରେ ସାଙ୍କେତିକ ଡଙ୍ଗା ଭସାଇଥିଲେ।ଗତ ବର୍ଷ ତୁଳନାରେ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ବହୁତ କମ୍ ରହିଥିଲା। ଦିଲ୍ଲୀର ଓଡ଼ିଆପୁଅ ସଂଗଠନ ପକ୍ଷରୁ ଏହି ଡଙ୍ଗାଭସା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular