ନୂଆଦିଲ୍ଲୀ: ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଏକ କାରାଗାରରେ ଗତକାଲି ଦଙ୍ଗା ହୋଇ ପ୍ରାୟ ୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି। କଲମ୍ବୋଠାରୁ ୧୫ କିମି ଉତ୍ତରରେ ମାହାରା କାରାଗାରରେ ଗତକାଲି ଏହି ଘଟଣା ଘଟିଛି। କିଛି କଏଦୀ କାରାଗାରରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସେମାନେ କାରଗାର କବାଟକୁ ବଳପୂର୍ବକ ଖୋଲିବାକୁ ଚେଷ୍ଟା କରିବା ସମୟରେ କର୍ତ୍ତୃପକ୍ଷମାନେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଭୟଙ୍କର ହିଂସା ଉପୁଜିଥିଲା। କଏଦୀମାନେ କାରାଗାରର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0