ଭୁବନେଶ୍ୱର : ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ମୋତେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ମୋ ନାଁରେ ଏତଲା କି କୌଣସି ଅଭିଯୋଗ ନାହିଁ। ମୋ ଲୋକଙ୍କୁ ଚାପ ପକାଯାଉଛି ଏବଂ ଥାର୍ଡ ଡିଗ୍ରୀ ଦିଆଯାଉଛି। ପୁଲିସ୍ ଉଦ୍ଦେଶ୍ୟମୂଳକ ଭାବେ କାମ କରୁଛି ବୋଲି ପ୍ରଦୀପ ଚିଠିରେ ଅଭିଯୋଗ କରିଛନ୍ତି।ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି, ପୁରୀ ହାତଜ ମୃତ୍ୟୁ ଏବଂ ପରୀ ମାମଲା ଭଳି ଅନେକ ଘଟଣାର ଏ ପର୍ଯ୍ୟନ୍ତ ତଦନ୍ତ ହୋଇନି। କିନ୍ତୁ ମୋ ପଛରେ ଅଯଥାରେ ପୁଲିସ ଲାଗିଛି। ମୋ ସାଙ୍ଗରେ ଯାହା ସବୁ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣନ୍ତି କି ନାହିଁ, ତାହା ମୁଁ ଜାଣିନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲି, କିନ୍ତୁ ତାଙ୍କ ସହ ମୋତେ କଥାବାର୍ତ୍ତା କରାଇ ଦିଆଗଲାନି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0