ରାଜକନିକା: ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଆଜି ଖରସ୍ରୋତା ଜଳ ବିବାଦକୁ ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶ୍ୱାସନ ଏକ ସର୍ବଦଳୀୟ ବୈଠକ ଡାକରା ଦେଇଥିଲା।କିନ୍ତୁ ଏହି ବୈଠକରେ କୌଣସି ନିଷ୍ପତି ହୋଇ ପାରିଲା ନାହିଁ । ଗତ ଜାନୁୟାରୀ ମାସଠାରୁ ରାଜ୍ୟ ସରକାରଙ୍କ ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଟେଣ୍ଡର ହୋଇଥିବା ୮୭୦କୋଟି ଟଙ୍କାର ଜଳପ୍ରକଳ୍ପକୁ ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି। କେତେବେଳେ କମ୍ପାନୀ ଓ ସମିତି ମୁହାଁ ମୁହିଁ ତ କେତେବେଳେ ଶାସକ ମହିଳା ସାମୁଖ୍ୟର ସାମ୍ବାଦିକ ସମ୍ମିଳନୀ ଏହି ଟଣା ଓଟରା ଭିତରେ ପ୍ରକଳ୍ପର ଭାଗ୍ୟ ଏବେ ଦୋ ଛକିରେ…ତେବେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଶାସକ ଦଳ ପ୍ରଶାସନକୁ ଢାଲ କରି ଆଜି ଏକ ସର୍ବଦଳୀୟ ବୈଠକ ଡକାଇ ସଂଗ୍ରାମ ସମିତିକୁ ବୁଝା ସୁଝା କରିବାକୁ ପ୍ରଚେଷ୍ଟା କରି ବିଫଳ ହୋଇଛି। ତେବେ ପ୍ରସାଶନ ଚାପ ପକାଇ ଏହି ପ୍ରକଳ୍ପ କୁ ଜେନତେନ ପ୍ରକାର କରାଇ ନେବାକୁ ଅଣ୍ଟା ଭିଡିଥିବା ବେଳେ ସଂଗ୍ରାମ ସମିତି ତାର ଜିଦରେ ଅଟଳ ରହି ଆଉ ସାତଦିନ ଲାଗି ସମୟ ମାଗିଛି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0