ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଧାନ କିଣାରେ ଆରମ୍ଭ ହୋଇଛି କଟନି ଛଟନି । ଜିଲ୍ଲାର ଅଧିକାଂଶ ମଣ୍ଡିରେ ଓଜନ ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ମିଲର । ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଟୋକନ ଅବ୍ୟବସ୍ଥା ଚାଷୀଙ୍କ ଚିନ୍ତା ବଢାଉଛି । ଠିକ ସମୟରେ ଟୋକନ ମିଳୁନାହିଁ । ଆଉ ଏବେ ଧାର୍ୟ୍ୟ ପରିମାଣରୁ ବଳକା ଧାନ କେଉଁଠି ବିକିବେ ବୋଲି ଚାଷି ଚିନ୍ତାରେ ଥିବା ବେଳେ କଟିନ ଛଟନି ପରି ସାଂଘାତିକ ଅଭିଯୋଗ ଆସିଛି ।ପୂର୍ବରୁ କ୍ୱିଂଟାଲ ପ୍ରତି ଅଢେଇ କେଜି କଟନି ହେଉଥିବାବେଳେ ଏବେ ତାହା ବସ୍ତା ପ୍ରତି କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି ସମ୍ବଲପୁର ଚାଷୀ । ସେପଟେ ଅନେକ ମଣ୍ଡିରେ ଓଜନ ବ୍ୟବସ୍ଥା ନାହିଁ, କେତେକ ମଣ୍ଡିରେ ଓଜନ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଅଚଳ ହୋଇପଡିଛି ।ଫଳରେ ଚାଷୀ ବାଧ୍ୟ ହୋଇ ମିଲକୁ ଧାନ ନେଉଥିବା ବେଳେ କିଛି ଅସାଧୁ ମିଲର୍ସ ଏହାର ଫାଇଦା ନେଇ କଟନି ଛଟନି କରୁଥିବା ଅଭିଯୋଗ ଆଣିଛି ଚାଷୀ । ତେବେ ଚାଷୀର ଅଭିଯୋଗ ଉପରେ ଯୋଗାଣ ବିଭାଗ ଗୁରୁତ୍ୱ ଦେଇ ତଦନ୍ତ କରିବା ଜରୁରୀ ହୋଇପଡୁଛି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0