ମୁମ୍ବାଇ : ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବିବାହ କରିଛନ୍ତି । ଆଦିତ୍ୟ ତାଙ୍କର ଦୀର୍ଘଦିନର ବାନ୍ଧବୀ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି । କରୋନା ମହାମାରୀ କାରଣରୁ ଯାକଜକମରେ ନକରି ସାଧାସିଧା ଏବଂ କମ ଅତିଥିରେ ବିବାହ କରିଛନ୍ତି ଆଦିତ୍ୟ । ତେବେ ଇତିମଧ୍ୟରେ ଆଦିତ୍ୟ ଏବଂ ଶ୍ବେତାଙ୍କର ବାହାଘର ଫଟୋ ସାମ୍ନାକୁ ଆସିଛି ।

ତେବେ ଏଥି ମଧ୍ୟରେ ପ୍ରଶଂସକଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି କାହିଁକିନା ଆଦିତ୍ୟଙ୍କ ବିବାହ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ପ୍ରଶଂସକ ତାଙ୍କ ବିବାହର କିଛି ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଆଦିତ୍ୟ ଏକ କ୍ରିମ ରଙ୍ଗର ସେରଓ୍ବାନୀ ସହିତ ଜବରଦସ୍ତ ଲୁକରେ ନଜର ଆସିଛନ୍ତି ।

ଅନ୍ୟପଟେ ଶ୍ବେତା ଅଗ୍ରଓ୍ବାଲଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । କନ୍ୟା ବେଶରେ ଶ୍ବେତା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶ୍ବେତା ଅଗ୍ରଓ୍ବାଲ ଅଫ୍ ହ୍ବାଇଟ୍ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । କିଛିଦିନ ତଳେ ଆଦିତ୍ୟ ଏବଂ ଶ୍ବେତାଙ୍କର ତିଲକର କିଛି ଫଟୋ ସାମ୍ନାକୁ ଆସିଥିଲା । ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ ଏବଂ ମା ଦୀପା ନାରାୟଣ ଉଭୟଙ୍କ ବିବାହକୁ ନେଇ ବେଶ ଖୁସିଥିବା କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0