ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ବିବାହ କରିଥାନ୍ତେ ଜିତେନ୍ଦ୍ର ବାରିକ, କିନ୍ତୁ ଆଜି ତାଙ୍କୁ ଗୁଳି ମାଡ କରାଯାଇଛି। ଗୁଳି ମାଡ ପରେ ଘଟଣାସ୍ଥଳରେ ବମିଂ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତ
ପୂର୍ବ ଶତ୍ରୁତା କେନ୍ଦ୍ର କରି ଗୁଳି ମାଡ ହୋଇଥିବା ପରିବାର ଲୋକେ କହିଛନ୍ତି। ଗୁଳିମାଡ ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିତେନ୍ଦ୍ରଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ କଲେ, ତାହା ବର୍ତ୍ତମାନ ଜଣାପଡି ନାହିଁ। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଆହତ ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0