(୧) ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା । ମଣ୍ଡିରେ ପଡିଛି ହଜାର ହଜାର ପ୍ୟାକେଟ ଧାନ । କାଣ୍ଟଛାଣ୍ଟ ବିବାଦ ଓ ମିଲର ଆସୁନଥିବାରୁ ସମସ୍ୟା ।
(୨) ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ । ନିର୍ଣ୍ଣାୟକ ଲଢେଇ ପାଇଁ ଅଧିକ ବଳ ଗୋଟାଉଛନ୍ତି ସଂଗଠନ । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ୬ ଦିନରେ ପହଞ୍ଚିଲା ଆନେ୍ଦାଳନ ।
(୩) ଧର୍ମାନ୍ତରୀକରଣରୁ ବିବାଦ । ମାଲକାନଗିରି ଡୁଡିଗୁଡାରେ ଶବ ସକ୍ରାର କରିବାକୁ ଦେଲେନି ଗ୍ରାମବାସୀ । ଦୀର୍ଘ ୧୮ ଘଣ୍ଟା ପଡି ରହିଲା ମୃତ ଦେହ । ପୁଲିସ ଓ ତହସିଲଦାରଙ୍କ ହସ୍ତକ୍ଷେପ ପରେ ହେଲା ସକ୍ରାର ।
(୪) ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସଂଯୁକ୍ତା ଦାଶ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା । କଟକ ଜଗତସିଂହପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ । ଚଢାଉରେ ୩୦ ଜଣିଆ ଟିମ୍ ସାମଲ ।
(୫) ମୁକ୍ତ ଆକାଶ ରଙ୍ଗ ମଞ୍ଚରେ କୋଣାର୍କ ମହୋତ୍ସବ ଉଦଘାଟିତ । ପ୍ରଥମ ସଂନ୍ଧ୍ୟାରେ ମନୋମୋହିଲା ଓଡିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟ ପରିବେଷଣ । ସେପଟେ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଅନ୍ତର୍ଜାତୀକ ବାଲୁକା କଳା ପ୍ରଦର୍ଶନ ।
(୬) ଆସୁଛି ପୁଣି ଏକ ବାତ୍ୟା । ୪ରେ ତାମିଲନାଡୁ ଉପକୂଳରେ ମାଡ ହେବ ‘ବୁରେବି’ । ଆଜି ସଂନ୍ଧ୍ୟା କିମ୍ବା ରାତିରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ହେବା ନେଇ ପୂର୍ବାନୁମାନ । ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ବେଗରେ ବହିବ ପବନ ।
(୭) ରାଜ୍ୟରେ ଜାରି ଶୀତ ଲହରୀ । ସବୁଠାରୁ ଥଣ୍ଡା ଅଞ୍ଚଳ ସୋନପୁର । ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ କମ୍ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0