spot_img

ତାମିଲନାଡୁ ମୁହାଁ ସାମୁଦ୍ରିକ ଝଡ ‘ବୁରେରି’

ଚେନ୍ନାଇ: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ ‘ବୁରେରି’ । ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି । ଡିସେମ୍ବର ୩ ସକାଳେ ଏହା କନ୍ୟାକୁମାରୀ ପାଖରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଡିସେମ୍ବର ୪ ରେ ଏହା ପଶ୍ଚିମ ଏବଂ ଦକ୍ଷିଣ- ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି । ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବା ପୂର୍ବରୁ ଏହା ସାମୁଦ୍ରିକ ଝଡ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଡିସେମ୍ବର ୩ ସକାଳଠାରୁ ତାମିଲନାଡୁ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ ‘ବୁରେରି’ କୁ ଦୃଷ୍ଟିରେ ରଖି ଥିରୁଅନନ୍ତପୁରମ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏହା ସହିତ ଝଡର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular