spot_img

କଳା ସୁଟରେ କ୍ୟାଟ୍ରିନାଙ୍କ ଜଲୱା

ହରର୍ ଓ କମେଡିରେ ଭରପୁର ଥିବା “ଫୋନ୍ ଭୂତ୍ ଫାଷ୍ଟ ଲୁକ୍” ଫିଲ୍ମଟି ଖୁବ୍ ଶୀଘ୍ର ପରଦାକୁ ଆସିବ ।ଏହି ଫିଲ୍ମରେ କ୍ୟାଟ୍ରିନା କୈଫ,ସିଦ୍ଧାର୍ଥ ଚତୁର୍ବେଦୀ,ଇଶାନ ଖଟ୍ଟରଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ ବୋଲି କ୍ୟାଟ୍ରିନା ତାଙ୍କ ଅଫିସିଆଲ୍ ପେଜ୍ ରେ କହିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ତିନି ଜଣ କଳା ରଙ୍ଗର ସୁଟ ସହ ଅଜବ ଭଙ୍ଗୀରେ ଫଟୋ ସେୟାର କରିଛନ୍ତି । ଏହି ଫିଲ୍ମଟିରେ ହରର ଓ କମେଡି ଥିବାରୁ ଏହା ଲୋକଙ୍କ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମଟି ଏକ୍ସେଲ ଏଣ୍ଟରଟେନମେଣ୍ଟର ପ୍ରଯୋଜକ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତାରଙ୍କ ଦ୍ୱାରା ନିର୍ମିତ ହେଉଛି । ତେବେ ଫିଲ୍ମଟି ୨୦୨୧ ସୁଦ୍ଧା ରିଲିଜ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular