spot_img

ହନୁମାଙ୍କଡ଼ ଆକ୍ରମଣରେ ୨ ଜଣ ଗୁରୁତର

ବାଲିଅନ୍ତା : ହନୁମାଙ୍କଡ଼ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି lଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକଣା ଗ୍ରାମପଞ୍ଚାୟତ ଅଧିନ ବାଲିଗୁଣ୍ଡି ଗ୍ରାମରେ l ସୂଚନାନୁଯାୟୀ ବାଲିଗୁଣ୍ଡି ଗ୍ରାମରେ ଆଜି ହନୁମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଦୁଇ ଜଣ ହେଲେ ଉକ୍ତ ଗ୍ରାମର ମହେନ୍ଦ୍ର ବେହେରା ଏବଂ ସତ୍ୟଭାମା ମହାପାତ୍ର କ୍ଷ ମହେନ୍ଦ୍ର ବେହେରା ନିଜର ନିତ୍ୟକ୍ରମ ସାରି ଘରକୁ ଫେରିବା ସମୟରେ ହନୁ ମାଙ୍କଡ଼ଟି ଆକ୍ରମଣ କରିଥିଲା l ହନୁ ଆକ୍ରମଣରେ ମହେନ୍ଦ୍ରଙ୍କ ଦୁଇ ଗୋଡ଼ ଖଣ୍ଡିଆ ଖାବରା ହୋଇଯାଇଛି l ସେହିପରି ସତ୍ୟଭାମା ମହାପାତ୍ର ନିଜ ଘର ବାହାରେ ବସିଥିବା ସମୟରେ ହନୁମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା l ଗୁରୁତର ଦୁଇ ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ଲାଗି ନିଆଯାଇଥିଲା l ଏବିଷୟରେ ଅଧିକ ଜାଣିବା ପାଇଁ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେବି ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା lଏପର୍ୟ୍ୟନ୍ତ ବି ଉତ୍ପାତ କରି ହନୁମାଙ୍କଡ଼ ଟିକୁ ବନବିଭାଗ ଧରିବାକୁ ସକ୍ଷମ ହୋଇନଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular