ପବିତ୍ର ଶ୍ରାବଣ ମାସରେ ପାଳିତ ହୁଏ ଚିତାଲାଗି ବା ଚିତୋଉ ଅମାବାସ୍ୟା । ପରମ୍ପରା ଅନୁସାରେ ଆଜିର ଦିନରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମସ୍ତକରେ ରତ୍ନ ଚିତା ଲାଗି କରିଥାନ୍ତିା ଯେଉଁ ରତ୍ନଚିତା ଓ ରାହୁରେଖା ରଥକୁ ଯିବା ପୂର୍ବରୁ ସ୍ନାନପୂର୍ଣ୍ଣିମା ଦିନ ଶ୍ରୀଜୀଉଙ୍କ ଅଙ୍ଗରୁ କାଢି ରତ୍ନଭଣ୍ଡାରରେ ରଖାଯାଇଥାଏ । ଏହାପରେ ମହାପ୍ରଭୁ ଅଣସର ଘରେ ରୁହନ୍ତି ଓ ତା’ପରେ ରଥଯାତ୍ରା ହୋଇଥାଏ । ଶେଷରେ ରଥଯାତ୍ରା ନୀତ ସମ୍ପନ୍ନ ପରେ ଆଜିର ଏହି ପବିତ୍ର ଦିନରେ ସକାଳଧୂପ ଶେଷ ପରେ ପୂନର୍ବାର ଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା ଓ ମା ସୁଭଦ୍ରାଙ୍କୁ ମାଣିକ୍ୟର ଚିତାଲାଗି କରାଯାଏ । ମାନ୍ୟତା ରହିଛି ଏହି ନୀତି ଅତ୍ୟନ୍ତ ଗୁପ୍ତଭାବେ ଭାବେ ସମ୍ପାଦନ ହୋଇଥାଏ ।
ଏହାଛଡା ଚିତୋଉ ଅମାବାସ୍ୟାର ଆଉ ଏକ ମହତ୍ୱ ରହିଛି । ଏହି ପର୍ବକୁ କୃଷକମାନେ ଏକ ବଡ ପର୍ବ ଭାବେ ପୁରପଲ୍ଲୀରେ ପାଳନ କରିଥାନ୍ତି । ଓଡିଆ ଘରର ପରମ୍ପରା ଅନୁସାରେ ଘରେ ଚାଉଳ ଓ ନଡିଆରେ ଚିତୋଉ ପିଠା ପ୍ରସ୍ତୁତ ହୋଇଥାଏ । ଏହାପରେ କ୍ଷୀର,ଫୁଲ ଓ ପିଠାକୁ ନେଇ ଘରର ମୁଖିଆ ଚାଷ ଜମିରେ ମା’ଲକ୍ଷ୍ମୀଙ୍କ ଉଦେ୍ଦଶ୍ୟରେ ଧାନଗଛମୂଳରେ ପୂଜାକରି ସେଠାରେ ପୋତିଥାନ୍ତି । ଏଥିସହ ଏହି ପିଠାକୁ ଗାଁରେ ଥିବା ପୋଖରୀ ଓ ନଦୀରେ ଗେଣ୍ଡାମାନଙ୍କ ଉଦେ୍ଦଶ୍ୟରେ ପାଣିରେ ମଧ୍ୟ ପକାଯାଇଥାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0