ଭୁବନେଶ୍ୱର: ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍ଆଇଟି । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍ ଭିଜିଲାନ୍ସ କୋର୍ଟ । ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍ଆଇଟି ଆବେଦନ କରିଥିଲା । ଅନ୍ୟପଟେ ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ ଏସଆଇଟି । ଅଭୟକାନ୍ତ ପାଠକ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ରଖୁଥିବା ଏସ୍ଆଇଟି ସନ୍ଦେହ କରୁଛି । ବେନାମୀ ଟ୍ରାଞ୍ଜାକ୍ସନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱର ଏବଂ ପୁନେରେ ଥିବା ତିନିଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଏସ୍ଆଇଟି ।
ଅନ୍ୟପଟେ ଆକାଶଙ୍କ ନାଁରେ ରହିଛି ଅନେକ ଠକେଇ ଅଭିଯୋଗ । ନିଜକୁ ଟାଟା କମ୍ପାନୀର ଏମ୍ଡି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍ ବୁକ୍ କରୁଥିଲେ । ଏମିତିକି ଟାଟାର ଜାଲ୍ ଲେଟର ପ୍ୟାଡ୍ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍ କମ୍ପାନୀକୁ ଦେଉଥିଲେ । ଏଭଳି ବାରମ୍ବାର କରିଛନ୍ତି ଆକାଶ । ଅନ୍ୟପଟେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ପରେ ତାଙ୍କ ଟଙ୍କା ମାଗିବାରୁ ଧମକ ଚମକ ମଧ୍ୟ ଦେଉଥିଲେ ଆକାଶ । ଏଭଳି ବିଭିନ୍ନ ମାମଲାରେ ଆକାଶରେ ନାଁରେ ଅଭିଯୋଗ ହୋଇଛି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0